Trending
Sunday , April 19 , 2026

କିଏ ଏହି ମାଁ କାଳିଜାଇ .......!!
 କାହିଁ କି ଚିଲିକା ହ୍ରଦ ମଝିରେ ପୂଜା ପାଉଛନ୍ତି ମାଁ କାଳିଜାଇ .....!!
ଜଣେ ଗରିବ ଝିଅ କେମିତି ହେଲା ମାଁ କାଳିଜାଇ  .......!!

ଆସନ୍ତୁ ଜାଣିବା ମାଁ କାଳିଜାଇଙ୍କ ରହସ୍ୟ ମାୟ  କଥା ......!!

         ଓଡିଶାର ଚିଲିକା ହ୍ରଦର ଏକ ଛୋଟ ଦୀପ ମଧ୍ୟରେ ଆବସ୍ଥିତ ! ନୀଳ ଜଳର ଚଦରରେ ଆବୃତ୍ତ ହୋଇଥିବା ଏହି ପବିତ୍ର ସ୍ଥାନ ଓଡିଶା ପ୍ରଯୋଟନର ଏକ ଐତିହାସିକ କିମ୍ବଦନ୍ତୀ ଭାବେ ଜଣା ଶୁଣା ! ପ୍ରାୟ ଅଣତିରିଶ ଏକର ପାହାଡରେ ପରିପୂର୍ଣ ଏ ଦୀପରେ ମାଁ କାଳିଜାଇ ପୂଜା ପାଉଛନ୍ତି ! କାଳିଜାଇ ଚିଲିକାର ଏକ ସ୍ଵତନ୍ତ୍ରର ଆକର୍ଷଣ ! ପ୍ରତି ବର୍ଷ ଲକ୍ଷ୍ୟ ଲକ୍ଷ୍ୟ ଏଠାକୁ ମାଁ ଙ୍କ ଦର୍ଶନ ପାଇଁ ଆସିଥାନ୍ତି ! ମକରସଂକ୍ରାନ୍ତିରେ କାଳିଜାଇ ପୀଠରେ ପ୍ରସିଦ୍ଧ ମକରମେଳା  ଅନୁଷ୍ଠିତ ହୁଏ ! ଜାନୁଆରୀ ମାସରେ ପଢୁଥିବା ମକରମେଳା ଏଠାକାର ଏକମାତ୍ର ଲୋକ ପ୍ରିୟ ପର୍ବ ଏହି ପର୍ବରେ ଆଖ ପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ !
                                                     
               “ଦର୍ଶକ ବନ୍ଧୁ” ........!!

                                                      କିମ୍ବଦନ୍ତୀ ଅନୁସାରେ କାଳି ଓ ଜାଇ ମାଁ ଙ୍କର ଦୁଇ ପୃଥକ୍ ପୃଥକ୍  ସ୍ୱରୂପ ! ମାଁ କାଳି ହିନ୍ଦୁ ଧର୍ମର ପ୍ରତେକ୍ଷ୍ୟ  ଅଧିଷ୍ଟାତ୍ରୀ ଦେବୀ  ହୋଇଥିବା ବେଳେ ଜାଇ ସ୍ଥାନୀୟ ଅଞ୍ଚଳର ଜଣେ ସାଧାରଣ ଝିଅ ଥିଲା  ଯିଏ କି କୌଣସି ସମୟରେ ଚିଲିକାର ଗଭୀର ଗୋଣ୍ଡ ମଧ୍ୟରେ ବିଲୀନ ହୋଇଯାଇଥିଲା ! ସେଠାରେ ଅବସ୍ଥିତ  ଅନ୍ୟ ଏକ ଦୀପ ପାରିକୁଦକୁ ବିବାହ କରି ନିଜ ପିତାଙ୍କ ସହ ଯାଉଥିଲା ବେଳେ ଭୟଙ୍କର ଝଡର ସନମୁଖୀନ୍ନ ହୋଇଥିଲା ! ଝଡର ପ୍ରଭାବ ଅତି ତୀବ୍ର ଥିବାରୁ ନାଁ ଟି ଗୋଣ୍ଡ ମଧ୍ୟରେ ଓଲଟି ପଡିଥିଲା ! ଥରେ ଜାଇର ପିତା ଓ ନାବିକ ଉଭୟ ବର୍ତ୍ତୀ ଯାଇଥିଲେ ମାତ୍ର ଜାଇର କୌଣସି ପତା ମିଳିନଥିଲା ! ଶୁଣିବାକୁ ମିଳେ ଯେ ଏହି ଘଟଣାର କିଛି ଦିନ ପରେ ସେହି ବାଟ ଦେଇ ଯାଉଥିବା ନାବିକ ମାନେ ଜାଇର କାନ୍ଦଣା ଶୁଣିବାକୁ ପାଉଥିଲେ ! ତେଣୁ ଧୀରେ ଧୀରେ ତାଙ୍କୁ ମାଁ କାଳୀଙ୍କ ଆକ୍ଷ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ ! ଐତିହାସିକ ତଥ୍ୟ ଅନୁସାରେ ମାଁ କାଳିଜାଇଙ୍କ ମନ୍ଦିର ପ୍ରାୟ 1717 ମସିହାରେ ପାରିକୁଦର ରାଜା ଶ୍ରୀଜଗନ୍ନାଥ ମାନ୍ ସିଂଙ୍କ ଦ୍ଵାରା ନିର୍ମାଣ ହୋଇଥିଲା ! ଏହା ପରଠୁ ମାଁ  ସେଠାରେ ଅଧିଷ୍ଟାତ୍ରୀ ଦେବୀ ରୂପେ ପୂଜା ପାଇଁ ଆସୁଛନ୍ତି ! ଲକ୍ଷ୍ୟ ଲକ୍ଷ୍ୟ ଲୋକ ଚିଲିକା ହ୍ରଦ ଉପରେ ନିଜ ଜୀବିକା ନିର୍ବାହ ପରେ ନିର୍ଭର କରନ୍ତି ମାଛ ଓ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିବା ପାଇଁ ପ୍ରତି ଦିନି ଚିଲିକାର ଗୋଭୀର ଗୋଣ୍ଡ ମଧ୍ୟକୁ ଯିବାକୁ ପଡିଥାଏ ! ବିଶ୍ଵାସ ଅଛି ଯେ ସେହି ମସ୍ୟଜୀବି ମାନଙ୍କୁ ମାଁ କାଳିଜାଇ ପ୍ରତି ବିପଦ ମୃହତ୍ତରେ ବିଭିନ୍ନ ଝଡ ଝାଞ୍ଜରୁ ରକ୍ଷା କରିଥାନ୍ତି ! ତେଣୁ ଚିଲିକାର ମସ୍ୟଜୀବିମାନେ ତାଙ୍କୁ ଇଷ୍ଠ ଦେବୀ ରୂପେ ପୂଜା କରନ୍ତି ! କାଳିଜାଇକୁ ଯିବାକୁ ହେଲେ ପ୍ରଥମେ ରାଜଧାନୀ ଭୁବନେଶ୍ବରରୁ  ସଡକ ପଥରେ ବାଲୁଗାଁ ପର୍ଯ୍ୟନ୍ତ ପ୍ରାୟ 91km ଅତିକ୍ରମ କରିବାକୁ ପଡିବ ଏହା ପରେ ବାଲୁଗାଁ ଠାରୁ 18 km ଦୂର କାଳିଜାଇଙ୍କୁ ଜଳ ପଥ ଦେଇ ଯିବାକୁ ହବ ଏଥିପାଇଁ ବିଭିନ୍ନ ଲୋଜର ଓ ବୋଟର ସୁବିଧା ମିଳୁଛି !

Tags :- # news # tvp news9 # tvp # tvpnews

Share With