Trending
Sunday , April 19 , 2026
85

ଭୁବନେଶ୍ଵର ଆକାଶରେ ଘଟିଥାନ୍ତା ଅଘଟଣ....!!
ପାଇଲଟ୍ ବଞ୍ଚାଇଦେଲେ ୧୮୦ ଜଣକ ଜୀବନ ....!!
ଆକାଶରେ ଉଡୁଥିଲା ବିମାନ ....!!
ହେଲେ ୨୫ ମିନିଟ ରେ ଦେଖା ଦେଇଥିଲା ଯାନ୍ତ୍ରିକ ତ୍ରୁଟି ....!!
ଏବଂ ଯାନ୍ତ୍ରିକ ତ୍ରୁଟିର ସିଗନାଲ୍ ମିଳିଥିବା ପରେ ବିମାନକୁ ଅବତରଣ କରିଥିଲେ ପାଇଲଟ୍ ....!!

“ହଁ ଦର୍ଶକବନ୍ଧୁ”
        ଭୁବନେଶ୍ଵରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନର ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ବିମାନକୁ ଅବତରଣ କରାଯାଇଛି ! ଏବଂ ସେହି ତ୍ରୁଟିର ସିଗନାଲ୍ ମିଳିଥିବାରୁ ସେହି ବିମାନ କୁ ଅବତରଣ କରାଇଥିଲେ ପାଇଲଟ୍ ! ୭ଟା ବାଜି ୫୦ ମିନିଟ ରେ ଭୁବନେଶ୍ଵର ବିମାନ ବନ୍ଦରରୁ ଉଡାଣ ହୋଇଥିଲା ! 
ଆକାଶରେ ଉଡୁଥିଲା ବିମାନ କିନ୍ତୁ ବିମାନରେ ଥିଲା ଯାନ୍ତ୍ରିକ ତ୍ରୁଟି ! ହେଲେ ୨୫ ମିନିଟ ରେ ଦେଖା ଦେଇଥିଲା ସେହି ଯାନ୍ତ୍ରିକ ତ୍ରୁଟି ! ସେଥି ମଧ୍ୟରେ ଥିଲେ ୧୮୦ ଜଣ ଯାତ୍ରୀ ! ଏବଂ ପାଇଲଟ୍ ଯାନ୍ତ୍ରିକ ତ୍ରୁଟିର ସୂଚନା ପାଇବା ପରେ ଲୋକଙ୍କୁ ସତର୍କ କରାଇ  ଭୁବନେଶ୍ଵର ବିମାନ ବନ୍ଦରକୁ ଫେରାଇ ଆଣିଥିଲେ  ପାଇଲଟ୍ ! 
    
ଏହି ଇଣ୍ଡିଗୋ 6C2065 ବିମାନ ! ଯାନ୍ତ୍ରିକ ତ୍ରୁଟି ପରେ ବିମାନକୁ ତଳକୁ ଅବତରଣ କରାଯାଇଛି  ! ଏବଂ ବିମାନ ଭିତରେ ଥିବା ସମସ୍ତ ଯାତ୍ରୀ ଏବେ ସୁରକ୍ଷିତ ରେ ଭୁବନେଶ୍ଵର ବିମାନ ବନ୍ଦରରେ ଅବତରଣ କରିଥିବା ଜଣାପଡିଛି ! ଏବଂ ବିମାନ ତଳକୁ ଅବତରଣ କରିଲା ପରେ ତ୍ରୁଟି କୁ ଯାଞ୍ଚ କରାଯାଇଛି ! ହେଲେ ପାଇଲଟ୍ ଙ୍କ ଉପସ୍ଥିତି ବୃଦ୍ଧି ଆଜି ବଞ୍ଚାଇଦେଇଛି  ୧୮୦ ଜଣ ଯାତ୍ରୀଙ୍କ ଜୀବନ ! ଯଦି ପାଇଲଟ୍ ବିମାନ ଟିକୁ ଉଡାଇ ଥାନ୍ତେ ତାହାହେଲେ ଆଜି କିଛି ଅଘଟଣ ଘଟିଥାନ୍ତା ! ବିମାନ ମଧ୍ୟରେ ଥିବା ଇଞ୍ଜିନ ରେ ଦେଖା ଦେଇଥିଲା  ଯାନ୍ତ୍ରିକ ତ୍ରୁଟି ! ଯାହା ଫଳରେ ଏଭଳି ହୋଇଥିଲା ବୋଲି ପାଇଲଟ୍ କହିଥିଲେ ! ଏବେ ବର୍ତ୍ତମାନ ସୁରକ୍ଷିତ ଏବଂ ସ୍ଵଭାବିକ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ଏୟାରପୋର୍ଟ ନିର୍ଦେଶକ ! ବିମାନ ଟି ଯାଞ୍ଚ ହେଲା ପରେ ପୁଣି ଉଡାଣ ହେବ ବୋଲି ଜଣାପଡିଛି ! 

ବ୍ୟୁର ରିପୋର୍ଟ Tvp news9

Tags :- # news # tvp news9 # tvp # tvpnews

Share With