Trending
Sunday , April 19 , 2026

କ’ଣ ଆଜି ବି ଭଗବାନ ଶିବ କୈଳାସ ପର୍ବତରେ ବାସ କରୁଛନ୍ତି କି....!!
କାହିଁକି ଲୋକେ କୈଳାସ ପର୍ବତ ଶିଖରରେ ପହଞ୍ଚି ପାରୁ ନାହାନ୍ତି ....!!
କ’ଣ ରହସ୍ୟ ରହିଛି ସେହି କୈଳାସ ପର୍ବତରେ ......!!
 ଆସନ୍ତୁ ଜାଣିବା କୈଳାସ ପର୍ବତର ଏମିତି କିଛି ରହସ୍ୟ କଥା ......!!

  “ ହଁ ଦର୍ଶକ ବନ୍ଧୁ ”
          ହିନ୍ଦୁ ଧର୍ମର  ଗ୍ରନ୍ଥ ଏବଂ ପୌରାଣିକ କଥା ଅନୁସାରେ କୁହାଯାଉଛି ଯେ ,ଭଗବାନ ଶିବ କୈଳାସ ପର୍ବତ ରେ ନିଜର ପରିବାର ସହିତ ରହୁଥିଲେ |  ପରନ୍ତୁ ଅନ୍ୟ ଧର୍ମରେ ମଧ୍ୟ୍ୟ କୈଳାସ ପର୍ବତକୁ ନେଇ ସେମାନଙ୍କ ଅଲଗା ମାନ୍ୟତା ରହିଛି |  ତିବତରେ ରହୁଥିବା ବୌଦ୍ଧ ଧର୍ମର ଲୋକ ମାନଙ୍କ ଅନୁସାରେ ବୃଦ୍ଧ ଦେବଙ୍କର ଅନ୍ୟ ଏକ ଅଲୌକିକ ରୂପ କୈଳାସ ପର୍ବତରେ ରହୁଛନ୍ତି |

     ଏଥି ପାଇଁ ବୌଦ୍ଧ ଧର୍ମରେ ମଧ୍ୟ୍ୟ ଏହି ପର୍ବତକୁ ଏକ ପବିତ୍ର ସ୍ଥାନରୂପେ ମନାଯାଏ ! ଏହା ବ୍ୟତୀତ ଜେନ୍ ଧର୍ମର ଲୋକ ମାନେ ମଧ୍ୟ୍ୟ ଏହା ମାନୁଛନ୍ତି ,ଯେ ତାଙ୍କର ପ୍ରଥମ ତୀର୍ଥଙ୍କର ରିସବ୍ ଦେବଙ୍କୁ ଏହି ପର୍ବତରେ ଜ୍ଞାନର ପ୍ରାପ୍ତି ହେଇଥିଲା  ଏବଂ ସେମାନେ ଏହି ପର୍ବତକୁ ଅଷ୍ଟକାଳି ପର୍ବତ ବୋଲି ଡାକୁଛନ୍ତି  | ଏହି ପର୍ବତର ଉଚ୍ଚତା ପାଖ ପାଖି 210778 ପୁଟ ଅଛି |ଏହାର ଦକ୍ଷିଣ ଓ ପଶ୍ଚିମ ଦିଗରେ  ମାନସବର ଓ ରକ୍ଷସ୍ଥଳି  ନାମକ ପ୍ରସିଦ୍ଧ ହ୍ରଦ ଅବସ୍ଥିତ | ଏହା ସହିତ ଏହି ପର୍ବତରୁ ବହୁ ପ୍ରସିଦ୍ଧ ନଦୀ ମାନେ ମଧ୍ୟ୍ୟ ବାହାରିଛନ୍ତି | ସେହି ଗୁଡିକ ହେଲା ବ୍ରହ୍ମପୁତ୍ର,ସତର୍ ଭୁଜ, ଓ ସିନ୍ଧୁ ନଦୀ | ଯଦି ଉଚ୍ଚତା ତୁଳନାରେ ଦେଖାଯାଏ ତ ଏହା ଦୁନିଆର ସବୁଠାରୁ ବଡ଼ ପର୍ବତ ନୁହେଁ, କାହିଁକି ନା ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା 19ହଜାର 31ପୁଟ ରହିଛି|

      ଯାହା କୈଳାସ ପର୍ବତ ଠାରୁ ବହୁତ ବଡ଼ କିନ୍ତୁ,କୈଳାସ ପର୍ବତର ଗୁଣ ଉଚ୍ଚତାର ନୁହଁ ବରଂ ସେଥିରେ ଥିବା ଔଷଧ ରହସ୍ୟରୁ ଜଣା ପଡେ | ଏହି ପର୍ବତକୁ ଯଦି ଦୂରରୁ ଦେଖାଯାଏ  ତ ଏହା ବରଫରେ ଘୋଡା ହୋଇଥିବା ଏକ ବିଶାଳ ଶିବ ଲିଙ୍ଗ ପରି ଦେଖାଯାଏ | ଏହି ପବିତ୍ର ପର୍ବତ କୁ ଦେଖିବାର ସୁଯୋଗ ସେମାନଙ୍କୁ ମିଳିଥାଏ | ଯେଉଁ ମାନେ ଅମର ନାଥକୁ ଦର୍ଶନ କରିବାକୁ ଆସିଥାନ୍ତି |
 କାହିଁକି ନା ଅମର୍ ନାଥଯିବା ସମୟରେ ସେମାନଙ୍କୁ ତିବତର ଦେଇ ଯିବାକୁ ପଡିଥାଏ  ଏବଂ ସେହି ସମୟରେ ସେମାନଙ୍କୁ ଏହି  ପର୍ବତ ଦେଖାଯାଏ | କୈଳାସ ପର୍ବତର ସବୁଠୁ ବଡ଼ ରହସ୍ୟ ଏହା ଯେ, ଏହି ପର୍ବତର ଶିଖରକୁ ଆଜିଯାଏ କେହିବି ମଧ୍ୟ୍ୟ ଚଢି ପାରିନାହାନ୍ତି | ପରନ୍ତୁ ଏହା ପରଠୁ 2000 ମିଟର ବଡ଼ ଏଭେରେଷ୍ଟ ପର୍ବତକୁ ଆଜି ପଯ୍ୟନ୍ତ ପାଞ୍ଚହଜାରରୁ ବି ଅଧିକ ଲୋକ ଚଢି ସରିଯାନ୍ତି | 

        କୁହାଯାଉଛି ଯେ ଯଦି କେହି କୈଳାସ ପର୍ବତକୁ ଚଢି ବାକୁ ଚେଷ୍ଟା କରେ ତ ସେ ଏକ ରହସ୍ୟ ମୟ ଭାବରେ ମୃତ୍ୟୁ ହୋଇଯାଏ | ଯେଉଁ ମାନେ ଏହି ପର୍ବତ କୁ ଚଢିବା ପାଇଁ ଚେଷ୍ଟା କରିଛନ୍ତି  ସେମାନେ ଆଜି ପର୍ଯ୍ୟନ୍ତ ଫେରିନାହାନ୍ତି | କେହି ମଧ୍ୟ୍ୟ ଜାଣି ନାହାନ୍ତି ଯେ କୈଳାସ ପର୍ବତ ରେ ସେହି ଲୋକ ମାନଙ୍କ ସହିତ ପ୍ରକୃତରେ କ’ଣ ଘଟିଛି | ଲୋକମାନଙ୍କର ଏହି ଭବ୍ୟ ପର୍ବତକୁ ନ ଚଢି ପାରିବା ପଛରେ ଭିନ୍ନ ଭିନ୍ନ କାରଣ କୁହାଯାଇଛି | 
               ହିନ୍ଦୁ ଧର୍ମର ଲୋକମାନଙ୍କ ଅନୁସାରେ ଯେଉଁମାନେ ପୁଣ୍ୟ କାମ କରିଥାନ୍ତି | ସେମାନଙ୍କର ମୃତ୍ୟୁ ପରେ ସେମାନଙ୍କର ଆତ୍ମାକୁ କୈଳାସ ପର୍ବତରେ ସ୍ଥାନ ମିଳିଥାଏ | ଏହି ପର୍ବତକୁ ପୁଣ୍ୟ ଆତ୍ମା ମାନଙ୍କର ନିବାସ ସ୍ଥାନ ମଧ୍ୟ୍ୟ କୁହାଯାଏ | ଏହା ଛଡା ଏହି ପର୍ବତକୁ ଅଲୌକିକ ଶକ୍ତି ମାନଙ୍କର କେନ୍ଦ୍ର ମଧ୍ୟ୍ୟ ମାନୁଛନ୍ତି | କାହିଁକି ନା ଜୀବିତ ବସ୍ତୁ ଏହି ପର୍ବତକୁ ଚଢି ପାରୁନାହାନ୍ତି | କୈଳାସ ପର୍ବତ ବିଷୟରେ ଏମିତି ଅନେକ କାହାଣୀ ପ୍ରସିଦ୍ଧ  | 

  ବ୍ୟୁର ରିପୋର୍ଟ TVP NEWS 9

Tags :- # news # tvp news9 # tvp # tvpnews

Share With