Trending
Sunday , April 19 , 2026

ରାଖୀ ପୂର୍ଣ୍ଣିମା କାହିଁକି ପାଳନ କରାଯାଏ ........!!
 ଏବଂ ରାଖୀ ପୂର୍ଣ୍ଣିମାରେ କ’ଣ କ’ଣ ସବୁ ଅଘଟଣ ଘଟିଥାଏ.....!!
ଆସନ୍ତୁ ଜାଣିବା ଏହି ବର୍ଷର ରାଖୀ ପୂର୍ଣ୍ଣିମାରେ କ’ଣ ସବୁ ନିୟମ ରହିଛି......!!
”ଦର୍ଶକବନ୍ଧୁ”
             ରକ୍ଷା ବନ୍ଧନ ସମୟରେ ଅନେକ ନିୟମ ରହିଛି ଯାହାକି ଉଭୟ ଭାଇ ଏବଂ ଭଉଣୀକୁ ପାଳନ   କରିବା ଉଚିତ ! ରାକ୍ଷୀ ପୂର୍ଣ୍ଣିମାର ସମୟ ଅଗଷ୍ଟ ୩୦ ତାରିଖର ୧୦.୫୪ ରୁ ଅଗଷ୍ଟ ୩୧ ତାରିଖରେ ୭.୩୦ ପର୍ଯ୍ୟନ୍ତ ରହିବ ! ରାକ୍ଷୀ ପୂର୍ଣ୍ଣିମା ଦିନ ଭାଇମାନେ ଭୁଲରେ ବି କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ ! ନଚେତ ଏହା ଅଶୁଭ ହୋଇଥାଏ ! ଏହି ଦିନ ଉଭୟ ଭାଇ ଏବଂ ଭଉଣୀ ପାଇଁ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ହୋଇଥାଏ ! ଆଉ ବର୍ଷରେ ଗୋଟିଏ ଏପରି ଦିନ ରହିଛି ଯେଉଁ ଦିନ ଭାଇ ଭଉଣୀ ସମ୍ପର୍କକୁ ସ୍ଵତନ୍ତ୍ର କରିବା ପାଇଁ ଲୋକେ ଲାଗି ପଡନ୍ତି ! ଆଉ ସେହିଦିନ ଜଣେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇକୁ ଜୀବନ ସାରା ନିଜ ଭଉଣୀର ରକ୍ଷା କରିବାକୁ ପ୍ରତିଜ୍ଞା କରାଇଥାଏ !
             
         ରାକ୍ଷୀ ବାନ୍ଧିବା ସମୟରେ ଭାଇ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ବସିବା ଉଚିତ ଏବଂ ଭଉଣୀ ପଶ୍ଚିମ କିମ୍ବା ଦକ୍ଷିଣକୁ ମୁହଁ କରି ବସିବା ଉଚିତ !ଏଭଳି ମାନ୍ୟତା ରହିଛି ଯେ ରାକ୍ଷୀ ବାନ୍ଧିବା ପୂର୍ବରୁ କୌଣସି ଦେବତା ମନ୍ଦିରରେ କିମ୍ବା ଗୋମାତାଙ୍କୁ ରାକ୍ଷୀ ଅର୍ପିତ କରିବା ପରେ ଭାଇକୁ ରାକ୍ଷୀ ବାନ୍ଧିବା ଉଚିତ ! ଚଳିତ ମାସ ବୁଧବାର ଦିନ ରକ୍ଷା ବନ୍ଧନ ପଡୁଛି ତେଣୁ ଏହିଦିନ ଶ୍ରୀଗଣେଶଙ୍କୁ ରାକ୍ଷୀ ଅର୍ପିତ କରି ଦୁବ ଅର୍ପିତ କରନ୍ତୁ ! ଏହାଦ୍ଵାରା ଭଉଣୀ ମାନଙ୍କୁ ଅନେକ ଲାଭ ମିଳିଥାଏ !  ଛିଡି ଯାଇଥିବା ରାକ୍ଷୀ ଭାଇକୁ ଭୁଲରେବି ବାନ୍ଧନ୍ତୁ ନାହିଁ ! ଏହା ଅଶୁଭ ହୋଇଥାଏ ! କିନ୍ତୁ ଆପଣ ଏକ ନୂଆ ରାକ୍ଷୀ କିଣି ବାନ୍ଧି ପାରିବେ ! ରକ୍ଷା ବନ୍ଧନ ଦିନ ଆମିଷ ଭକ୍ଷଣ କରନ୍ତୁ ନାହିଁ  ଏବଂ ଭାଇ ମାନେ କିଛି ନିର୍ଦ୍ଧିଷ୍ଟ ଉପହାର ଭଉଣୀକୁ ଦେବା ଉଚିତ ନୁହେଁ ! ଯେମିତିକି ଚପଲ , ଦର୍ପଣ , ଏବଂ ରୁମାଲ ! ଏହିଦିନ ବୃନ୍ଦାବତୀଙ୍କୁ ନାଲି ଚୁନି ସହିତ ନାଲି ଶଙ୍ଖା ଅର୍ପିତ କାଲେ ଗୃହରେ ସୁଖଶାନ୍ତି ବଜାୟ ରହିଥାଏ ! 
        
            ଏହିଦିନ ଭାଇ ଓ ଭଉଣୀଙ୍କର ଖୁସିର ଦିନ ହୋଇଥାଏ ! ତେବେ ଚଳିତ ବର୍ଷ ଅଗଷ୍ଟ ମାସ ରକ୍ଷାବନ୍ଧନ ପର୍ବ ପାଳିତ ହେବାକୁ ଯାଉଛି ! ଯାହାକି ଅଗଷ୍ଟ ୩୦ ବୋଲି କୁହାଯାଇଛି ! କିନ୍ତୁ 
ଲୋକେ ଦ୍ଵନ୍ଧରେ ଅଛନ୍ତି ଯେ ବାସ୍ତବରେ ୩୦ ନା ୩୧, କେଉଁ ଦିନ ରକ୍ଷା ବନ୍ଧନ ପାଳିତ ହେବ ! କାରଣ ଭଦ୍ରା ହେଉଛନ୍ତି ଶନିଙ୍କର ଭଉଣୀ ଯିଏ କି ନିଜର ଅହଂକାର କାରଣରୁ ବ୍ରହ୍ମାଙ୍କ ଦ୍ଵାରା ଅଭିଶାପ ପ୍ରାପ୍ତ ହୋଇଥିଲେ ! ଏବଂ ବ୍ରହ୍ମା କହିଥିଲେ ଯେ  ଭଦ୍ରା କାଳରେ କୌଣସି ଶୁଭ କାର୍ଯ୍ୟ ହୋଇପାରିବ ନାହିଁ ! 
ଏଭଳି ମାନ୍ୟତା ରହିଛି ଯେ ଭଦ୍ରା କାଳରେ ଭଉଣୀ ନିଜ ଭାଇକୁ ରାକ୍ଷୀ ବାନ୍ଧିଲେ ଭାଇର ଅକାଳ ମୃତ୍ୟୁ ହୋଇଥାଏ ! ତ୍ରେତୟା ଯୁଗରେ ସୁପନାଖା ନିଜ ଭାଇ ରାବଣକୁ ମଧ୍ୟ ଏହି ଭଦ୍ରା କାଳରେ ରାକ୍ଷୀ ବାନ୍ଧିଥିଲା ଯେଉଁ କାରଣରୁ ରାବଣର ଅନର୍ଥ ହୋଇଥିଲା ! କିନ୍ତୁ ଚଳିତ ମାସ ଅଗଷ୍ଟ ୩୦ ପୂର୍ଣ୍ଣିମା ସହିତ ଭଦ୍ରା କାଳ ଏଠାରେ ପାଳିତ ହେବନାହିଁ !

Tags :- # news # tvp news9 # tvp # tvpnews

Share With