Trending
Sunday , April 19 , 2026

ଆସନ୍ତୁ ଜାଣିବା କିପରୀ ଭାବେ ଭାରସାମ୍ୟ ହରାଇ ବାଇକ୍ ଟି ଡ୍ରେନ ଆଡକୁ ଚାଲିଗଲା ! ଏପରି ଦୁର୍ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ସ୍ଥିତ କଇଠଖଣ୍ଡି ଗ୍ରାମ ରାସ୍ତାରେ ! ଖବର ଅନୁଯାଇ ବାଇକ୍ ରେ 4ଜଣ ବସିଥିଲେ ! ସେଥିରେ ବାଇକ ଚାଳକଙ୍କ ସହ ଆଉ 3 ଜଣ ଛୋଟ ଛୋଟ ପିଲା ବସିଥିଲେ ! ସେମାନେ ତାଙ୍କ ଗାଁ ଦାମୋଦର ପୁର ରୁ ବାହାରି କୌଣସି କାମରେ କଇଠଖଣ୍ଡି ଅଭିମୁଖେ ଆସୁଥିବା ବେଳେ ସାଧାରଣତଃ ଗାଡିଟି ଦ୍ରୁତଗତି ଥିବା ହେତୁ ,ଏକ ବଙ୍କା ରାସ୍ତାରେ ତାଙ୍କ ବିପରୀତ ଦିଗରୁ ଆସୁଥିବା ଆଉ ଏକ ବାଇକଟି କୁ ଦେଖି ହଠାତ ସେ ଭାରସାମ୍ୟ ହରାଇ ଡ୍ରେନ ଆଡକୁ ଚାଲି ଯାଇଥିଲେ ! ସେଥିରେ ବସିଥିବା 3ଟି ପିଲା ମଧ୍ୟରୁ ଜଣେ 14ବର୍ଷର ଝିଅ,10 ବର୍ଷର ପୁଅ ଏବଂ ଆଉ ଜଣେ 7ବର୍ଷର ଛୋଟ ପିଲାଟିଏ , ଆଉ ଥିଲେ ବାଇକ ଚାଳକ ଜଣକ ! ଏପରି ଦୁର୍ଘଟଣା ହୋଇଥିଲା ଯେ ସେଥିରୁ ବାଇକ ଚାଳକ ଓ 14 ବର୍ଷର ଝିଅକୁ କିଛି ମାତ୍ରାରେ ଆଘାତ ହୋଇଥିବା ବେଳେ 10 ବର୍ଷର ଆଉ 7 ବର୍ଷର ଛୋଟପିଲା ଏହି 2ଜଣକୁ ମର୍ମନ୍ତୁକ ଆଘାତ ହୋଇଥିଲା ! ଏମିତି କି  7ବର୍ଷ ଛୋଟୋ ପିଲାଟିର ଗୋଡ ମଧ୍ୟ ଭାଙ୍ଗି ଯାଇଥିଲା ! ଏପରି ଘଟଣାମାନ ଦେଖି ରାସ୍ତାରେ ଯିବା ଆସିବା କିଛି ଲୋକ ସେଠାରେ ରହି ସେମନଙ୍କୁ ସାହାଯ୍ୟ କରିଥିଲେ ! ହଠାତ୍ ସେତେବେଳେ ଖବର ପାଇ କଇଠଖଣ୍ଡି ଗ୍ରାମର ଜଣେ ବ୍ୟକ୍ତି ଯିଏ କି ପିନଟୁ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଡକାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ ! ମେଡ଼ିକାଲରେ ସେ ବହୁତ ସମୟ ଧରି ରହି ସେମାନଙ୍କ କଥା ବୁଝିବା, ସହ କିଛି ଟଙ୍କା ମଧ୍ୟ ଦେଇ ସେମାନଙ୍କୁ ସାହାଯ୍ୟ କରିଥିଲେ !  ଆଉ ଶେଷରେ ଅତ୍ୟାଧିକ ଆଘାତ ଲାଗିଥିବା ଛୋଟୋ ପିଲା ଯାହାର କି ଗୋଡ ଭାଙ୍ଗିଯାଇଥିଲା ତାକୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇବାକୁ କହିଥିଲେ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ଟର ! ବ୍ୟକ୍ତି ଜଣକ ତାଙ୍କ ପରିବାର ବର୍ଗ ଆଉ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଛୋଟୋ ପିଲାଟିକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିବା ବନ୍ଦୋବସ୍ତ କରିଥିଲେ !

Tags :- # news # tvp news9 # tvp # tvpnews

Share With