Trending
Sunday , April 19 , 2026

ଦୁଇ ନାତିଙ୍କୁ ସ୍ୱର୍ଗକୁ ଡାକି ନେଇଗଲା ଅଜାର ଆତ୍ମା

*ଅଜା ସହ ଖେଳିବା ପାଇଁ ଅଧାରୁ ଯମପୂର ଗଲେ ଦୁଇ ନାତି

* ଅଜା ଦଶକ୍ରୀୟାକୁ ଯାଇ ନଦୀରେ ବୁଡି ଜୀବନ ହାରିଲେ ନାତି 

* ଶୁଦ୍ଧି ହେବାକୁ ଯାଇଥିଲେ ଏବେ ତାଙ୍କ ପାଇଁ ଶୁଦ୍ଧି ହେବେ ପରିବାର


ଓଡ଼ିଆରେ ଗୋଟେ କଥା ଅଛି - 
  ମରଣ ଜାଣେ ନା ବର୍ଷ ମାସ ଦିନ
  ମରଣ ଜାଣେନା ମନ
ମଲା ପରେ କିଏ କେଉଁ ଆଡେ ଯିବ
   ମଶାଣି ଦିଏନା ଧ୍ୟାନ। 

ପୁଣି କୁହାଯାଏ - 
ସେହି କାଳ ଯମ ବଡ଼ ଦାରୁଣ ରେ
ନ ଜାଣଇ ଦୁଃଖ ସୁଖ
ବାଛି ନେବ କଞ୍ଚା ରଖିବ ପାଚଲା
ଦେବ ଟି ଦାରୁଣ ଦୁଃଖ। 

ସେମିତି ଏକ ଦୁଃଖଦ ଘଟଣା ଏବେ ଘଟି ଯାଇଛି, ଯୋଉ ଦୁଃଖକୁ ଦେଖିଲେ ମଶାଣି ବି କାନ୍ଦି ଉଠିବ। ଆଉ ମରଣ ବି ଦୁଃଖ ପାଇଯିବ। 
ଦୁଇ ନାତିଙ୍କୁ ସ୍ୱର୍ଗକୁ ଡାକି ନେଇ ଯାଇଛି ଅଜାର ଆତ୍ମା । ପାଚିଲା ଫଳ ଗଛରୁ ଝଡ଼ି ଯିବା ପରେ , କଞ୍ଚା ଫଳ କୁ ତା ସାଙ୍ଗରେ ଧରି ନେଇ ଯାଇଛି। 
ଅଜା ସହ ଖେଳିବା ପାଇଁ ଜୀବନର ଅଧାରୁ ଯମପୂର ଚାଲି ଗଲେ ଦୁଇ ନାତି । ଅଜା ଙ୍କ ଦଶରେ ଶୁଦ୍ଧି ହେବାକୁ ଯାଇଥିଲେ,  ଏବେ ତାଙ୍କ ପାଇଁ ଶୁଦ୍ଧି ହେବେ ପରିବାର । ଅଜା ମରିବାର ୧୦ ଦିନ ଯାଇନି, କିନ୍ତୁ ଡକା ଡ଼କି ହୋଇ ଚାଲିଗଲେ ଦୁଇ ଦୁଇଟି ନାତି। 

ଦୁଇ ଭାଇ ହାତ ଧରା ଧରି ହୋଇ ଚାଲିଗଲେ ଆରପାରିକୁ  l ନିଜ ଆଖି ସାମ୍ନାରେ ବାପ ଆଗରେ ପୁଅ ଆଉ ଭାଇ ଆଗରେ ଭାଇ ଚାଲିଗଲେ ଆରପlରିକୁ l ଦଶାହ କର୍ମରେ ରୁଣ୍ଡ ହୋଇଥିବା ଲୋକ ଙ୍କ ଆଗରେ ପାଣିରେ ବୁଡ଼ି ଚାଲିଗଲେ ଦୁଇ ଯୁବକ l କେହି କିଛି ବୁଝିବା ଆଗରୁ ସବୁ କିଛି ଷେଶ ହୋଇଗଲା l ମାତ୍ର ୧୫ ମିନିଟରୁ ୩୦ ମିନିଟ ମଧ୍ୟରେ ଦୁଇ ଯୁବକ ପାଣିରେ ବୁଡି ଆରପାରିକୁ ଚାଲିଗଲେ l ଦୁଇ ପରିବାରଙ୍କୁ କୋଳ ଶୂନ୍ୟ କରି 
ଅଜାର ଦଶାହ କର୍ମରେ ପାଣିରେ ପଡି ଦୁଇ ନାତିଙ୍କର ଚାଲିଗଲା ଜୀବନ l  ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ୱାଦା ଶାସନରେ ଘଟିଛି l  ୱାଦl ଗ୍ରାମରେ ବିଷ୍ଣୁ ପାଢ଼ୀଙ୍କର ଆଜି ଦଶାହ କର୍ମଥିବା ବେଳେ ମୃତ ପାଢୀଙ୍କ ଝିଅର ନାତି ତଥା +୨  ପଢ଼ୁଥିବା କୁଲୁଆ ପାଢ଼ୀ ଓ ପୁତୁରା ପୀତାମ୍ବର ପାଢ଼ୀର ପୁଅ ଚନ୍ଦନ କର ଲଣ୍ଡା ହେବlକୁ ବାଗୁଡ଼ି ପଥରକଟା ଖାଦାନ ପାହାଡ ମାଟି ଖାଲକୁ ଯାଇଥିଲେ । ହେଲେ ଗାଧଉଥିବା ବେଳେ ଖସିଗଲା ଗୋଡ଼, ଆଉ ଘଟଣା ସ୍ଥଳରେ ଉଭୟଙ୍କ ଜୀବନ ଚାଲି ଯାଇଥିଲା l କୁଲୁଅlର ବାପା ପିତାମ୍ବର ପାଢ଼ୀ ଓ ମୃତ ଚନ୍ଦନର ବଡ ଭାଇ ସମେତ ଦଶ ଦିନିଆ କର୍ମ ପାଇଁ ଉପସ୍ଥିତ ସମ୍ପର୍କୀୟ ବୁଝିବା ଆଗରୁ ସବୁ ସେଶ ହୋଇଯାଇଥିଲା l ମୃତ ଚନ୍ଦନ ବଡ ଭାଇ ଓ ଅନ୍ୟ ମାନେ ଗାମୁଛାରୁ ଗାମୁଛା ଗଣ୍ଠି ପଳାଇ ପାଣିରେ ପସି ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେଲେ l ଶେଷରେ ସ୍ଥାନୀୟ ଲୋକ ଦୁଇ ଜଣଙ୍କୁ ଉଦ୍ଧାର କରି ଚନ୍ଦନକୁ ବାଗୁଡ଼ି ଡାକ୍ତରଖାନା ଓ କୁଲୁଆକୁ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୁଲୁଆ ପାଢ଼ୀ ଯୁକ୍ତ2ରେ ପଢୁଥିଲା ବେଳେ ଚନ୍ଦନ ଭୁବନେଶ୍ଵରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ l

 କୁଳୁଆ ବାପlର ବଡ଼ ପୁଅ ହୋଇଥିବା ବେଳେ ଚନ୍ଦନର ବାପା ନାରାୟଣ କର ବର୍ଷେ ତଳେ ହୃଦଘାତରେ ମୃତ୍ୟୁ ଯୋଗୁଁ ଉଭୟଙ୍କ ପରିବାରକୁ ଶକ୍ତ ଆଘାତ ଲାଗିଛି l ଉଭୟଙ୍କ ମୃତ୍ୟୁରେ ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି.

ବିୟୁରୋ ରିପୋର୍ଟ Tvp New9

Tags :- # news # tvp news9 # tvp # tvpnews

Share With